
ବାତ୍ୟା ଆସିଲେ ଆଗୁଆ ଜନସାଧାରଣଙ୍କୁ କରାଯିବ ସତର୍କ
ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ବନ୍ୟା, ବାତ୍ୟା ଆସିଲେ ଆଗୁଆ ଜନସାଧାରଣଙ୍କ ସତର୍କ କରାଯିବ। ଏଥିପାଇଁ କଟକ-ଭୁବନେଶ୍ୱରରେ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର। ୨୦୨୫ ସୁଦ୍ଧା ଆଡଭାନ୍ସ ଫ୍ଲଡ ୱାର୍ଣ୍ଣିଙ୍ଗ ସିଷ୍ଟମ୍ କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସମ୍ବଲପୁରରେ ସମସ୍ତ ଉପକରଣ ପହଂଚିସାରିଛି। ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାଏ।