୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର : ଜଷ୍ଟିସ ବିଶ୍ବନାଥ ରଥ।

୧୪ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ସେ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଆସିଲେ ଖୋଲାଯିବ ରତ୍ନଭଣ୍ଡାର । ସର୍ବସମ୍ମତି କ୍ରମେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କୁ ନିବେଦନ କରାଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।ଚାବି ଥାଉ କି ନ ଥାଉ ରତ୍ନଭଣ୍ଡାର ଖୋଲିବା ନେଇ ହୋଇଛି ନିଷ୍ପତ୍ତି। ରତ୍ନଭଣ୍ଡାର ଖୋଲିବା ପରେ ଏହାର ରକ୍ଷଣାବେକ୍ଷଣ ଓ ଗଣତି ନେଇ ପଦକ୍ଷେପ ନିଆଯିବ। ଏ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବେ। ଏଥିପାଇଁ ନିରୂପଣ କରାଯାଇଛି ସ୍ୱତନ୍ତ୍ର ସ୍ଥାନ। ଯେଉଁଠି କି ପ୍ରଥମେ ରତ୍ନ ସ୍ଥାନାନ୍ତରିତ କରାଯିବ। ପରେ ସ୍ବର୍ଣ୍ଣକାରଙ୍କ ଦ୍ଵାରା ରତ୍ନର ମୂଲ୍ୟାୟନ କରାଯିବ। ଆଜି ଏସଓପି ଉପରେ ମଧ୍ୟ ହୋଇଛି ଆଲୋଚନା । ଠାକୁରଙ୍କ ନୀତିକାନ୍ତି କି ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହେବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

Related Articles

Back to top button