ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ ହୋଇଛି
ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ ହୋଇଛି । ଦିନ ଧାର୍ଯ୍ୟ ନେଇ ଏଏସଆଇ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧୀକ୍ଷକ କହିଛନ୍ତି ଏ ନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ । ମରାମତି ପାଇଁ ଦୈନିକ ୫ରୁ ୬ ଘଚଟା ସମୟ ନେବୁ । ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ । କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ । ଏହା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଥିଲା । .ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଏହା ପରେ ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ଏଏସଆଇ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ କାମ ଆରମ୍ଭ କରିବାକୁ ଯାଉଛି।
ସୂଚନାଯୋଗ୍ୟ, ଲଗାତର ଦୁଇ ଦିନ ଧରି ସେପ୍ଟେମ୍ବର ୨୧ ଓ ୨୨ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କାମ ସରିଥିଲା। ୩ ଟି ଆଣ୍ଟିନା ମାଧ୍ୟମରେ ରତ୍ନଭଣ୍ଡାରର ସର୍ଭେ କରାଯାଇ ଡାଟା ଜେନେରେଟ୍ କରିଥିଲା ଘଏଜଓ ଟିମ୍ । ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ କରାଯାଇ ବିଭିନ୍ନ ଡାଟା ସଂଗ୍ରହ କରିଥିଲେ ଏନ୍ ଜି ଆର୍ ଆଇ ବୈଜ୍ଞାନିକ । ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଥିଲା। ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନଥିବା ନଭେମ୍ବର ୧ ତାରିଖରେ ସ୍ପଷ୍ଟ କରିଥିଲେ ଆଇନ ମନ୍ତ୍ରୀ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣା ପଡିଥିଲା। ତେବେ ରତ୍ନଭଣ୍ଡାରରେ ଫାଟ ରହିଛି । କାର୍ତ୍ତିକ ପରେ ଏଏସଆଇ ଏହାର ମରାମତି କରିବ । ଏହା ପରେ ଅଳଙ୍କାରର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ କହିଥିଲେ।