
ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସୂଚନା ଦେଇଛି। ସେ କହିଛନ୍ତି ମୋଟ୍ ୯୫ ଦିନରେ ୩୩୩ ଘଣ୍ଟାର ମରାମତି କାମ ହୋଇଛି । ଏହି ସମୟ ଭିତରେ ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି। ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ଏବେ ଆଉ ପାଣି ଗଳିବ ନାହିଁ ।
ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ମରାମତି କାମ ଡିସେମ୍ବର ୧୨ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୨୯ରୁ ମରାମତି କାମ ବନ୍ଦ ଥିଲା । ଠାକୁର ରତ୍ନବେଦୀ ଛାଡ଼ିବା ପରେ ପୁଣି କାମ ଆରମ୍ଭ ହୋଇଥିଲା । ପଥର ବଦଳ କରାଯାଇଛି, ଚଟାଣକୁ ନୂଆ ଗ୍ରାନାଇଟ୍ କରାଯାଇଛି । ଗଣତି ମଣତି ପରେ ତାଲିକାକୁ ମେଳ କରାଯିବ । ଏହି କାମ ପାଇଁ ଏଏସ୍ଆଇ ନେତୃତ୍ବ ନେଇଥିଲା। ରତ୍ନଭଣ୍ଡାରକୁ ଯେଭଳି କୌଣସି ଅସୁବିଧା ନହୁଏ ଓ ସୁରକ୍ଷାରେ ତ୍ରୁଟି ନହେବ, ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା।