
ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣି ଥରେ ଆରମ୍ଭ
ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଉଛି । ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି, ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ଥିବାରୁ ଆସନ୍ତା ୮ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଯୋଜନା କରିଛି । ଶୃଙ୍ଖଳିତ ଭାବେ କିଭଳି ମରାମତି କରାଯିବ ସେଦିଗରେ ପ୍ରଶାସନ ଓ ଏଏସଆଇ ଅଧିକାରୀମାନେ ଆଲୋଚନା କରିଛନ୍ତି । ବାହାର ରତ୍ନଭଣ୍ଡାର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ଯେତେଶୀଘ୍ର ସମ୍ଭବ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।