ଅନିୟମିତ କାର୍ଯ୍ୟ ଦେଖି କାର୍ଯ୍ୟାନୁଷ୍ଠାନ ନେଲେ ବୌଦ୍ଧ ଜିଲ୍ଲାପାଳ, ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ

ବୌଦ୍ଧ: ୪ଜଣ ତହସିଲ ଅଫିସରଙ୍କ ଦରମା ବନ୍ଦ କରାଯାଇଥିବା କଥା ସାମ୍ନାକୁ ଆସିଛି । ହରଭଙ୍ଗା ତହସିଲର ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ କରାଯାଇଥିବା କଥା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ୩ କିରାଣି ଏବଂ ଜଣେ ପିଅନଙ୍କ ଅନିୟମିତ କାର୍ଯ୍ୟ ଦେଖି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେଠାରେ ତହସିଲଦାରଙ୍କୁ କାରଣ ଦର୍ଶାଇ ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି । ହାଜିରା ରେଜିଷ୍ଟର ଓ କ୍ୟାସବୁକ ଅପଡେଟରେ ଅବହେଳା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସରକାର ଦୁର୍ନୀତିକୁ ନେଇ ସଚେତନ ରହୁଛନ୍ତି, ସେଥିପାଇଁ ରାଜ୍ୟରେ ବର୍ତ୍ତମାନ ଭିଜିଲାନ୍ସ ରେଡ୍ ପ୍ରତ୍ୟେକ ଦିନ ଖବରରେ ଦେଖିବାକୁ ମିଳିଥିବା ବେଳେ ସମସ୍ତ ଅଫିସର ମାନଙ୍କୁ ଦୁର୍ନୀତି ବୋରୋଧ କାର୍ଯ୍ୟ ରୋକିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

Related Articles

Back to top button