
ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ
ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡ଼ିବ। ଠାକୁର ରାତି ୧୦ଟା ୪୦ରୁ ୧୧.୩୦ ମଧ୍ୟରେ ବିମାନରେ ବିଜେ କରିବେ। ବିମାନରେ ବିଜେ କରି କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ରାତି ୧୨.୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡ଼ିବ। ପଅରଦିନ ମନ୍ଦିର ଫେରିବେ ୩୧ ତାରିଖ ରାତି ୯.୩୦ରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।ଶୀତଳତାର ସଂକେତ ବହନ କରୁଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ କୁହାଯାଏ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ।