ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ଦ୍ଵିତୀୟ ଦିନ
ବ୍ରହ୍ମଗିରି : ଦ୍ଵିତୀୟ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ମଙ୍ଗଳବାର ଦ୍ଵିତୀୟ ଦିନରେ ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା । ୪ଟା ୨୦ରେ ମଙ୍ଗଳ ଆଳତୀ, ଅବକାଶ, ତଡ଼ପ ଲାଗି, ବେଶ, ତୁଳସୀ ଲାଗି, ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ଟାରୁ ଆରମ୍ଭ ହୋଇଛି ।
ଶ୍ରୀଜିଉମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି । ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ବର୍ଷକରେ ୩୬୫ ଦିନ ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସହ ସମାନ ବୋଲି ଭକ୍ତି ମନରେ ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ଅଲାରନାଥ ପୀଠକୁ ।