
ଉପମୁଖ୍ୟ ମନ୍ତ୍ରୀଙ୍କ ବଡ ଘୋଷଣା : ମାର୍ଚ୍ଚ ୮ରେ ମିଳିବ ‘ସୁଭଦ୍ରା’ ଯୋଜନାରେ ୨ୟ କିସ୍ତି ଟଙ୍କା
ମାର୍ଚ୍ଚ ୮ରେ ମିଳିବ ‘ସୁଭଦ୍ରା’ ଯୋଜନାରେ ୨ୟ କିସ୍ତି ଟଙ୍କା। ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରାଯିବ । ଟଙ୍କା ବଣ୍ଟନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରାର ୨ୟ କିସ୍ତି ଟଙ୍କା ବ୍ରହ୍ମପୁରରୁ ଏଥର ଦିଆଯିବ। ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ମାର୍ଚ୍ଚ ୮ରେ ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ।