![](https://abhigam.com/wp-content/uploads/2024/09/Screenshot_2024-09-29-17-31-54-73_680d03679600f7af0b4c700c6b270fe7.jpg)
ଅକ୍ଟୋବର ୯ ତାରିଖରେ ସୂଭଦ୍ରା ହିତାଧିକାରୀଙ୍କ ଖାତାକୁ ଯିବ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର। ଅକ୍ଟୋବର ୯ ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।ଏହି ସହାୟତା ରାଶି ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ।ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ହିଁ ୯ ତାରିଖରେ ପାଇବେ ଟଙ୍କା ।ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।