
ହୀରାକୁଦ ଜଳଭଣ୍ଡାରର ଖୋଲିଲା ୬ଟି ଫାଟକ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୬ଟି ଫାଟକ ଖୋଲିଲା। ଜଳଭଣ୍ଡାର ବାମ ପାର୍ଶ୍ବରେ ୪ଟି ଓ ଡାହାଣ ପାର୍ଶ୍ବରେ ୨ଟି ଖୋଲିଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଏବେ ଜଳସ୍ତର ୬୨୯.୨୫ ଫୁଟ ରହିଛି। ଜଳଭଣ୍ଡାର ପ୍ରତି ସେକେଣ୍ଡରେ ୧, ୩୨, ୫୦୦ଘନ ଫୁଟ ଜଳ ପ୍ରବେଶ କରୁଛି ବୋଲି ସୂଚନା ଦିଆଯାଇଛି।