ଅପରାହ୍ନ ୪ଟା ଯାଏ ଗୃହ ମୁଲତବି କଲେ ବାଚସ୍ପତି

ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିବା ପରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ ୨୫ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯୋଗାଣ ମନ୍ତ୍ରୀ କହିଥିଲେ ଯେ ରାସନ କାର୍ଡ ପାଇଁ ୬ଲକ୍ଷ ୭୦ହଜାର ନୂଆ ଆବେଦନ କରିଥିଲେ । ସେମାନଙ୍କୁ ସାମିଲ କରାଯିବ କି? ଯଦି ୨୫ଲକ୍ଷ ଭୂତ କାର୍ଡ ତାହେଲେ ସେଗୁଡିକର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି । ଏଥିସହ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି କି? ଯଦି ହୋଇଛି ତାହାର କପି ସମସ୍ତ ବିଧାୟକଙ୍କୁ ପ୍ରଦାନ କରିବାକୁ ଦାବି କରିଛନ୍ତି । ସେପଟେ ମୁଲତବୀ ପ୍ରସ୍ତାବରେ ଆଇନମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Related Articles

Back to top button