ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସନ୍ତା 29 ତାରିଖରେ ମୋଦୀ ଭୁବନେଶ୍ବରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଡିଜି ସମ୍ମିଳନୀରେ ଯୋଗ ଦେବା ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଭୁବନେଶ୍ବର ବିମାନ ବନ୍ଦର ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧାନା ଦିଆଯିବ ଏହାପରେ ସେ ବିଜେପି କାର୍ଯ୍ୟାଳୟରେ ରାତ୍ରୀଭୋଜନ କରିବେ । ଅରାହ୍ନ 4ଟା 15 ମିନିଟରେ ମୋଦୀ ଭୁବନେଶ୍ବର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦୀଙ୍କୁ ମନପସନ୍ଦ ଓଡିଆ ଖାଦ୍ୟ ଦେବା ପାଇଁ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତା 29 ତାରଖରୁ 3 ଦିନ ଓଡିଶାରେ ରହିବେ ମୋଦୀ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ବିଜେପି କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ରାଜ୍ୟ ସଭାପତିଙ୍କ ସହିତ ବୁଲି ସମୀକ୍ଷା କରିଛନ୍ତି । ତେବେ ମୋଦୀ ଏୟାରପୋର୍ଟରୁ ରାଜଭବନ ଯିବେ ଏଙା ପରେ ସାଢେ 6ଟାରେ ପାର୍ଟି ଅଫିସ ଆସିବେ । 2 ଘଣ୍ଟା ବିଜେପି କାର୍ଯ୍ୟାଳୟରେ ରହିବେ ମୋଦୀ । ଏହି ସମୟରେ ସାଂସଦ ବିଧାୟକଙ୍କର 6 ମାସର ରିପୋର୍ଟ କାର୍ଡ ନେବେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ପାଇଁ କଟକଣା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସ୍ଥାନରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମ ସମୟରେ କୌଣସି ଡ୍ରୋନ ଉଡିପାରିବ ନାହିଁ । ଲୋକସେବା ଭବନ କନଭେସନ ସେଣ୍ଟରରେ ରହିବେ ମୋଦୀ । ଆସନ୍ତା 29 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀ ପାଇଁ ଆସିବେ ।