ରାଜ୍ୟସଭା ସଦନରେ ରାଷ୍ଟ୍ରପତିଙ୍କୁ ସୁଲତା ଦେଓଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ରାଜ୍ୟ ବିଜେପି
ରାଜ୍ୟସଭା ସଦନରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡ଼ି ସାଂସଦ ସଲତା ଦେଓଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ରାଜ୍ୟ ବିଜେପି । ରାଷ୍ଟ୍ରପତିକୁ ରାଜନୀତି ଭିତରକୁ ଟାଣିବାକୁ ନେଇ ବିଜେଡ଼ିର ଆଚରଣକୁ ନିନ୍ଦା କରିଛି ବିଜେପି । ଦଳର ମୁଖପାତ୍ର ଅନିଲ ବିଶ୍ୱାଳ ଶାଣିତ ସ୍ୱରରେ ଜବାବ ଦେଇଛନ୍ତି । ମୁଖପାତ୍ର ଶ୍ରୀ ବିଶ୍ୱାଳ କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡ଼ିଶାର ଗର୍ବ ଗୌରବ l ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରେ ଯେଉଁ ସମ୍ମାନ ଏବଂ ଆଦର ମିଳୁଛି ଏହା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର କଥା l ଯେଉଁଭଳି ଭାବରେ ବିଜେଡିର ଜଣେ ରାଜ୍ୟସଭା ସାଂସଦ ରାଜ୍ୟସଭାରେ ଦ୍ରୌପଦୀ ମୁର୍ମୁଙ୍କୁ ହୀନ ରାଜନୀତି ଭିତରକୁ ଟାଣିଲେ, ସମାଲୋଚନା କରିବା ବେଳେ ବାଡ଼ବତା ରଖିଲେ ନାହିଁ, ଏହା ଓଡିଶାବାସୀଙ୍କ ମନରେ ଦୁଃଖ ଦେଇଛି l
ଏହା କଣ ସମ୍ପୃକ୍ତ ରାଜ୍ୟସଭା ସାଂସଦଙ୍କର ନିଜସ୍ୱ ମତ ନା ବିଜେଡି ମୁଖିଆ ନବୀନ ବାବୁଙ୍କର ମଧ୍ୟ ଏହି ମତରେ ସହମତି ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଅନିଲ ଯଦି ସହମତି ନାହିଁ ତାହେଲେ ନବୀନ ବାବୁ ଚୁପ କାହିଁକି ? କିଛି ଦିନ ତଳେ ଆଉ ଜଣେ ବିଜେଡି ରାଜ୍ୟସଭା ସାଂସଦ କାଳଜୟୀ ଓଡ଼ିଆ ପ୍ରାର୍ଥନା ‘ଆହେ ଦୟା ମୟ ବିଶ୍ୱ ବିହାରୀ’କୁ ମଧ୍ୟ କଦର୍ଥ କରିଥିଲେ l ସେତେବେଳେ ମଧ୍ୟ ନବୀନ ବାବୁ ପାଟି ଖୋଲିଲେ ନାହିଁ l ନବୀନ ବାବୁ କ’ଣ ତାଙ୍କ ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଓଡ଼ିଆଙ୍କ ସ୍ୱାଭିମାନକୁ ଅପମାନିତ କରିବା ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ଆଗରୁ ବିଜେଡି ଶାସନରେ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଭାରେ ବାରମ୍ବାର ବିଦ୍ୟୁତ କାଟ କରାଯାଇଥିଲା l ଏବେ ପୁଣି ରାଜ୍ୟସଭାରେ ଅପମାନିତ ପାଇଁ ଅପଚେଷ୍ଟା l ଏସବୁ ଗୋଟିଏ ରାଜନୈତିକ ଦଳର ଆଦର୍ଶ ଲକ୍ଷଣ ନୁହେଁ l