ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ % ବୃଦ୍ଧି କରଛନ୍ତି ସରକାର। ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବା ସହ ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ। ବିଭିନ୍ନ ବିଭାଗରେ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି। ସର୍ଭିସ ପ୍ରୋଭାଇଡର ଏଜେନ୍ସୀ ଜରିଆରେ କାମ କରୁଛନ୍ତି। ନିଜ ସମସ୍ୟା ବିଷୟରେ କର୍ମଚାରୀ ମାନେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌‌କୁ ଜଣାଇଥିଲେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାସ ଶେଷକୁ ପାରିଶ୍ରମିକ ସୁନିଶ୍ଚିତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳା କର୍ମଚାରୀ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ପ୍ରଥମ ୨ଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଏହି ଛୁଟି ନେଇପାରିବେ। ଅଭିଯୋଗ ଶୁଣାଣି ପାଇଁ ନୋଡାଲ ଅଫିସର ରହିବେ।

Related Articles

Back to top button