ରାଜ୍ୟରେ ଆଜି ବି କୋହଲା ପାଗ  ସହ କିଛି କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା

ରାଜ୍ୟରେ ଆଜି ବି କୋହଲା ପାଗ  ସହ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଟ୍ୱିନ୍ ସିଟି କଟକ-ଭୁବନେଶ୍ୱରରେ ହାଲୁକା ବର୍ଷା ହେଉଛି । ଉତ୍ତର ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟରେ ଜମିଛି ପାଣି ଏବଂ ଚାଶ ଜମି ଜଳମଗ୍ନ ହୋଇପଡିଛି ।ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଅତାବିରା ୨୪.୨, ନୟାଗଡ଼ ୨୧.୬ ଏବଂ ବିଜେପୁରରେ ୧୮ ମିମି, ଡୁଙ୍ଗୁରିପାଲ ୧୭.୧, ଉଲୁଣ୍ତାରେ ୧୬.୨ ରେଢାଖୋଲରେ ୧୬ ମିମି ବର୍ଷା ରେକର୍ଡ କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କିଛି ଖାସ ପରିବର୍ତ୍ତନ ହେବ ନାହିଁ । ହେଲେ ୨୫ ତାରିଖ ରାତି ପର୍ଯ୍ୟନ୍ତ ଗୁରୁଚାପ ବଳୟର ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ସେହିପରି ୨୬ ତାରିଖକୁ ଶୀତ ବଢିବା ସହ ରାତିର ତାପମାତ୍ରା ୨ ରୁ ୩ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

Related Articles

Back to top button