ଶେଷ ହେଲା ରତ୍ନଭଣ୍ଡାର ସର୍ଭେ ।

ଶେଷ ହେଲା ରତ୍ନଭଣ୍ଡାର ସର୍ଭେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଟିମ୍ ବାହାରକୁ ବାହାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଏସଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ନିରୀକ୍ଷଣ କରିଥିଲେ । ତେବେ ୩ ଦିନ ପରିବର୍ତ୍ତେ ଦୁଇ ଦିନରେ ସୁରୁଖୁରୁରେ ନିରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଇଚ୍ଛା ପାଇଁ ଏହା ହୋଇପାରିଛି । ଏନେଇ ଖୁବ ଶୀଘ୍ର ସର୍ଭେ ରିପୋର୍ଟ ପ୍ରଦାନ କରାଯିବା ପରେ ଏଏସଆଇ ମରାମତି କରିବ ବୋଲି ବିଶେଷଜ୍ଞ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମସ୍ତଙ୍କ ସହଯୋଗ ପାଇଁ ଟିମ୍ ଧନ୍ୟବାଦ ଜଣାଇଛି ।

Related Articles

Back to top button