କଲବଲ କରୁଛି ତାତି : ୪୦ ଟପିଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ଵର :  ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ଆଜି ୨ ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ୪୩.୨ ଡ଼ିଗ୍ରୀ ସହ ଝାରସୁଗୁଡା ଓ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛନ୍ତି । ସେହିପରି ହୀରାକୁଦ: ୪୨.୪ ଡ଼ିଗ୍ରୀ,ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ,ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ,କେନ୍ଦୁଝର: ୩୯ ଡ଼ିଗ୍ରୀ,ପୁରୀ: ୩୬.୮ ଡ଼ିଗ୍ରୀ,ବାଲେଶ୍ୱର: ୩୬.୨ ଡ଼ିଗ୍ରୀ,ଗୋପାଳପୁର: ୩୬ ଡ଼ିଗ୍ରୀ,ପାରାଦୀପ: ୩୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ତେବେ ଆସନ୍ତା ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହର ନିସ୍ତାର ମିଳିବ ନାହିଁବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରବଳ ଖରାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ପାଇଁ ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଆହୁରି ୪ ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି ଏଥିପାଇଁ ୯ ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେପଟେ ୧୫ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

Related Articles

Back to top button