ଆସନ୍ତା କାଲିଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଅସହ୍ୟ ଗରମରେ ସାରା ରାଜ୍ୟ ବାସୀ ହନ୍ତସନ୍ତ ହେଉଛନ୍ତି । ତେବେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ସହ ପାଗ ମେଘୁଆ ରହିଥିବା ଦେଖିବାକୁ ମିଳିଛି । ଏବଂ ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂସ ସ୍ଥାନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିବା ବେଳେ ଆସନ୍ତା କାଲିଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ପ୍ରଚଣ୍ଡ ଗ୍ରୀଷ୍ମକୋପରେ ସାରା ଓଡିଶା ଜଳିବ । ତା ସହିତ କଲବଲ କରିବ ଗୁଳୁଗୁଳି ଓ ତାତି । ତେବେ ଗତ କିଛି ଦିନ ଭିତରେ ତାପମାତ୍ରା ଲଗାତର ଭାବେ ବଢିଚାଲିଥିବା ବେଳେ ତିନି ରୁ ଚାରି ଦିନ ଭିତରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି । ଏହାସହ ଆଗାମୀ ୫ ଦିନ ଭିତରେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Related Articles

Back to top button