୪ ଦିନ ଯାଏଁ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ବଢ଼ିବ ତାପମାତ୍ରା

ପୁଣି ଫେରିବ ତାତି। ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେଲା କୋହଲା ପାଗ ଥିଲା। ପୁଣି ଥରେ ଗରମ ହେବା ନେଇ ସୂଚନା ମିଳିଛି ।କିନ୍ତୁ ଏହାପରେ ଅର୍ଥାତ୍ ଆଜି ଠାରୁ ପରବର୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍ରେ ପହଂଚିବ ବୋଲି ଅନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଛି। ଭୁବନେଶ୍ୱର କଟକରେ ମଧ୍ୟ ହାଲୁକା ବର୍ଷା ସହିତ ମେଘୁଆ ପାଗ ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରୁଥିବାରୁ ଆସନ୍ତା କିଛି ଘଣ୍ଟା ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Related Articles

Back to top button