
ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି ଏବଂ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ
ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ ନୂଆ ଆବେଦନ କରିଛନ୍ତି। ୨୨ ଏବଂ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ , ସେମାନେ ସୁଭଦ୍ରା ଟଙ୍କା ପାଇବେ। ଆହୁରି ମଧ୍ୟ ସେ କହିଛନ୍ତି ଏବେ ନୂଆ କରି ସୁଭଦ୍ରା ଆବେଦନ କରିହେବନି। ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହି ୧ ଲକ୍ଷ ଓ ନୂତନ ୧ ଲକ୍ଷ ୭୦ ହଜାରରୁ ବାଦ ପଡିଲେ ସର୍ଭେ ହେବ। ଘରକୁ ଘର ବୁଲି ବାଦ ପଡିଥିବା ସମସ୍ତଙ୍କର ସର୍ଭେ କରାଯିବ। ଏପ୍ରିଲ ୧୪ ତାରିଖ ପରେ ଘରକୁ ଘର ବୁଲି ସର୍ଭେ ହେବ। କାହିଁକି ପ୍ରଥମ ପରେ ଦ୍ଵିତୀୟ କିସ୍ତରୁ ବାଦ ପଡିଲେ , ସାମୁହିକ କାର୍ଯ୍ୟ ହେବ। ତୃତୀୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ, ପୁଣି ସୁଭଦ୍ରା ଓପନ ହେବ।
ଏଥିସହିତ ଚଳିତ ମାସରେ ପୁନର୍ଗଠନ ହେବ ସ୍ଵୟଂ ସହାୟକ ଗୋଷ୍ଠୀ। ଜିପିଏଲଏଫ୍ , ସିପିଏଲ୍, ବିଏଲଏଫଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ବହୁ ମହିଳା ଏସ୍ଏଚ୍ଜିରୁ ବଞ୍ଚିତ ଅଛନ୍ତି। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡିବାକୁ ଆରମ୍ଭ କରିଛନ୍ତି। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡିଥିଲେ। ଏବେ ସମସ୍ତଙ୍କୁ ଜିପିଏଲ୍ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଏବଂ ସମ୍ପାଦକ ଅଛନ୍ତି , ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ। ତୃଣମୂଳ ସ୍ତରରେ ନେତୃତ୍ଵ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।