ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନର ବ୍ୟବହାର ଉପରେ ଲଗାଯାଇଛି ରୋକ

ପୁଣି ଦୁର୍ଗା ପୂଜା ଭସାଣି ଉପରେ ଲାଗିଲା କଟକଣା । ପୂର୍ବରୁ ଡିଜେକୁ ବାରଣ କରାଯାଉଥିବାବେଳେ ଏବେ ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ର ବ୍ୟବହାର ଉପରେ ରୋକ ଲଗାଯାଇଛି । ଏନେଇ ଏକ ଶାନ୍ତି କମିଟି ବୈଠକ କଟକରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପ୍ରଶାସନ ସହ ଜିଲ୍ଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ । ପୂର୍ବରୁ ଭସାଣିରେ ଶାନ୍ତି ବଜାଇ ରଖିବା ପାଇଁ ନିଶା ଓ ଡିଜେ ମୁକ୍ତ କରିବା ପାଇଁ ଘୋଷଣା କରାଯାଇଥିଲା । ଭସାଣିକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button