ପାଣିପାଗ ବିଭାଗର ଆକଳନ : ଆଗକୁ ଆହୁରି ବଢ଼ିବ ତାପମାତ୍ରା

ଖରାରେ ସିଝୁଛି ସାରା ଓଡିଶା । ୩୯.୬ ଡିଗ୍ରୀ ସହ ଚାନ୍ଦବାଲି ଉତ୍ତପ୍ତ ସହର ପାଲଟିଛି । ଦିନ ସାଢେ ୨ଟା ସୁଦ୍ଧା ରାଜ୍ୟର ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରୀ ରହିଛି । ଝାରୁସୁଗୁଡା ବି ତାପମାତ୍ରା ୩୯ ଡିଗ୍ରୀ ଅଛି । ବାଲେଶ୍ୱର, ସମ୍ବଲପୁର , ହୀରାକୁଦରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି । ରାଉରକେଲାରେ ବି ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ ଅଛି । ଆଗକୁ ବି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅଂଶୁଘାତ ଓ ଡାଇରିଆ ବ୍ୟାପିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବା ସହ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । କାଲିଠୁ ରାଜ୍ୟକୁ ପୁଣି ଫେରିବ ତାତି । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । କେତେକ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍କୁଲଗୁଡ଼ିକ ମଧ୍ୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଲିବ ।

Related Articles

Back to top button