ଜାନୁଆରୀ ୪ ତାରିଖରେ ଚିଲିକାରେ ହେବ ଶୀତକାଳୀନ ପକ୍ଷୀ ଗଣନା
ଚିଲିକାରେ ୪ ତାରିଖରେ ହେବ ଶୀତକାଳୀନ ପକ୍ଷୀ ଗଣନା । ଏସିଆର ବୃହତ୍ତମ ଲବଣ ହ୍ରଦ ହେଉଛି ଚିଲିକା । ଚିଲିକା ଉଷ୍ଣ ଅଂଚଳ ହୋଇଥିବାରୁ ଏଠାକୁ ଶୀତଦିନରେ ବାହାର ଦେଶର ପାଖି ମାନେ ଆସିଥାନ୍ତି । ସେହିଭଳି ଚଳିତ ବର୍ଷ ମଧ୍ୟ ଚିଲିକାରେ ରଙ୍ଗ ବେରଙ୍ଗର ପାଖି ଦେଖିବାକୁ ମିଳୁଛି । ଏହି ପକ୍ଷୀ ଗଣନା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ନିଯୁକ୍ତ କରାଯିବ
ସୂଚନା ଅନୁଯାୟୀ, ଚିଲିକାକୁ ଚଳିତ ଶୀତ ଋତୁରେ ବିଦେଶୀ ପକ୍ଷୀ ଆସିସାରିଛନ୍ତି । ତେବେ ବିଦେଶରୁ କେତେ ପରିମାଣର ପକ୍ଷୀ ଆସିଛନ୍ତି ଆଉ କେତେ ପରିମାଣର ଦେଶୀ ପକ୍ଷୀ ଏହି ଠାରେ ରହିଛନ୍ତି ତାହାର ରିପୋର୍ଟ ପାଇବା ପାଇଁ ପକ୍ଷୀ ଗଣନା ହେବ । ସେନେଇ ଜାନୁଆରୀ ୩ ତାରିଖରେ ଟ୍ରେନିଂ କାର୍ଯ୍ୟକ୍ରମ ଓ ୪ ତାରିଖରେ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ମୋଟ ୨୧ ଟି ଟିମ୍ ନିୟୋଜିତ କରାଯିବ ।