ଆଳୁ ଦର  ଆକାଶ ଛୁଆଁ : ଚଢ଼ା ଦରରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ

ଆଳୁ ଦର  ଆକାଶ ଛୁଆଁ  । ଖାଲି ଏତିକି ନୁହେଁ ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ଖୁଚୁରା ବ୍ୟବସାୟୀ । ସୂଚନା ମୁତାବକ ଭୁବନେଶ୍ୱର ଆଇଗିଣିଆସ୍ଥିତ ପାଇକାରୀ ବଜାରରରେ ୪୬ କେଜି ଆଜୁ ବସ୍ତା ୯୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ଦେଖିବାକୁ ଗଲେ କେଜି ପିଛା ୨୦ ଟଙ୍କା ପଡୁଛି । କେବଳ ଆଇଗିଣିଆ ନୁହେଁ ଏହା ବ୍ୟତୀତ ଭୁବନେଶ୍ୱରର ଅନ୍ୟ ସବୁ ବଜାରରରେ ମଧ୍ୟ ଏହି ବ୍ୟବସାୟୀ ମାନେ ଆଳୁ ବିକୁଛନ୍ତି । କିନ୍ତୁ ଚିନ୍ତା ର ବିଷୟ ହେଉଛି ଖୁଚୁରା ବ୍ୟବସାୟୀ ମାନେ ଏହି ସବୁ ଗୋଦାମରୁ ଆଳୁୂ ଆଣି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ।

ସେଥିପାଇଁ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଭିନ୍ନ ଭିନ୍ନ ଦରରେ ଆଳୁ ମିଳୁଛି । ଭୁବନେଶ୍ୱର ୧ନଂ ହାଟରେ ଆଳୁଦର କେଜି ପିଛା ୨୮ ଟଙ୍କା ରେ ବିକ୍ରି ହେଉଛି । ସେହିପରି କଟକର ଛତ୍ରବଜାର ଯେଉଁ ଠାରେ ସବୁ ଠାରୁ ସୁଲଭ ମୁଲ୍ୟରେ ପନିପରିବା ମିଳେ ଏବଂ ସେଠାରେ ରହିଥିବା ଆଳୁ ଗୋଦାମରେ ମଧ୍ୟ କେଜି ପିଛା ୨୫ ରୁ ୨୭ ଟଙ୍କା ଦରରେ ଆଳୁ ମିଳୁଛି । ବର୍ତ୍ତମାନ ଗ୍ରାହକଙ୍କ ମନରେ ସବୁ ଠାରୁ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ କେଉଁ କାରଣରୁ ଖୁଚୁରା ବ୍ୟବସାୟୀ ମାନେ କେଜି ପିଛା ୮ ରୁ ୧୦ ଟଙ୍କା ଲାଭ ରଖି ଆଳୁ ବିକୁଛନ୍ତି ।

ଏହି କ୍ଷେତ୍ରରେ ପୂର୍ବତନ ପ୍ରଶାସକ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ର କହିବା ଅନୁସାରେ ରାଜ୍ୟସରକାରଙ୍କ ଆଳୁ ବଜାର ଉପରେ ନିୟନ୍ତ୍ରଣ ନାହିଁ । ଯାହା ଫଳ ସ୍ୱରୁପ ରାଜ୍ୟ ସରକାରଙ୍କୁ ଜଣା ନାହିଁ ଯେ ଗରିବ ଖାଉଟିଆ ମାନେ କେଉଁ ପ୍ରକାରର ଶୋଷଣା ଶୀକାର ହେଉଛନ୍ତି । ବର୍ତ୍ତମାନ ବ୍ୟବସାୟୀ ଆଉ ପ୍ରଶାସନ ମଧ୍ୟରେ ଯେଉଁ ଦୂରତା ବଢ଼ୁଛି ତାହାର ଫଳ ଗ୍ରାହକ ମାନଙ୍କୁ ଭୋଗିବାକୁ ପଡୁଛି ବୋଲି ମତପ୍ରକାଶ ପାଉଛି ।

Related Articles

Back to top button