ଆଜି ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଅନ୍ତିମ ଦିନ

ଆଜି ଶେଷ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିନରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ଏବଂ କଂସ ବଦ୍ଧରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା । ସୋମବାର ଧନୁଯାତ୍ରାର ଦଶମ ଦିନରେ ଅକୃରଙ୍କ ସହିତ ମଥୁରାରେ ପହଞ୍ଚିଥିଲେ ବନବିହାରୀ ।

ପ୍ରଭୁଙ୍କୁ ଭବ୍ୟସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିର ସ୍ଥିତ ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ କରିଥିଲେ । କୃଷ୍ଣ ବଳରାମଙ୍କ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣବଳରାମଙ୍କୁ ସ୍ୱାଗତ କରିଥିଲେ । ତା ସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରରେ କୁବୁଜା ଉଦ୍ଧାର ଅଭିନିତ ହୋଇଥିଲା। ପ୍ରଭୁ ହାତରେ ସ୍ୱର୍ଶରେ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲେ କୁବୁଜା । ଧନୁଯାତ୍ରାର ଦଶମଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ରଂଗ ମହଲରେ ନାଚ ଗୀତର ଆସର ହୋଇଥିଲା। ମହାରାଜା କଂସ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ ଭଗବାନ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।

Related Articles

Back to top button