
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠାରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା
ଆଜିଠୁ ବରଗଡ଼ ପାଲଟିବ ମଥୁରା ନଗରୀ ଏବଂ ଅମ୍ବାପାଲି ହେବ ଗୋପପୁର। ଏହାସହିତ ବିଗତ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ପ୍ରତିକାତ୍ମକ ରାଜତନ୍ତ୍ର। ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେଉଥିବାରୁ ପୁରା ବରଗଡ଼ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି। ଏଥିସହିତ ୧୧ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଦ୍ୱାପର ଯୁଗର କୃଷ୍ଣ ଲୀଳା, କାରଗାରରେ ଜନ୍ମଠାରୁ ନେଇ ଲୀଳାଖେଳା ଏବଂ କଂସ ବଦ୍ଧର ଝଲକ ଦେଖିବାକୁ ପାଇବେ ବରଗଡ଼ ବାସି। ୮କିଲୋମିଟର ପରିଧି ମଧ୍ୟରେ ରାଜଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସମେତ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ। ଏହା ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଧନୁଯାତ୍ରା ଦେଖିବା ପାଇଁ କାଇଁ କେତେ ଦୂରରୁ ଲୋକମାନେ ଆସିଥାନ୍ତି।
ସୂଚନା ମୁତାବକ , ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ। ଏଥିପାଇଁ ବେଶ ଖୁସି ଏବଂ ଉତ୍ସାହିତ ଅଛନ୍ତି ବରଗଡ଼ ଗ୍ରାମବାସୀ । ଆଜିଠାରୁ ବିଗତ ୧୧ ଦିନ ପର୍ଯ୍ୟନ୍ତ ବରଗଡ଼ ପାଲଟିବ ମଥୁରା ନଗରୀ ଏବଂ ଅମ୍ବାପାଲି ହେବ ଗୋପପୁର। ଏଥିସହିତ ଜିରା ନଦୀ ପାଲଟିଯିବ ଯମୁନା ନଦୀ ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ କଳାକାର। ପ୍ରତିବର୍ଷ ଏହିପରି ବରଗଡ଼ ବାସି ଧନୁଯାତ୍ରା ପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ଏବଂ ଧନୁଯାତ୍ରା ଦିନ ନିଜର କାରିଗରୀ ଦେଖାନ୍ତି। ବରଗଡ଼ ଧନୁଯାତ୍ରାର ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଆରମ୍ଭ କରି ମହାରାଜା କଂସଙ୍କ ରାଜୁତି ସମସ୍ତେ ଦେଖାନ୍ତି। ଏଥିସହିତ ୧୧ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଦ୍ୱାପର ଯୁଗର କୃଷ୍ଣ ଲୀଳା, କାରଗାରରେ ଜନ୍ମଠାରୁ ନେଇ ଲୀଳାଖେଳା ଏବଂ କଂସ ବଦ୍ଧର ଝଲକ ଦେଖିବାକୁ ପାଇବେ ବରଗଡ଼ ବାସି। ଏହାସହିତ ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ। ଏହି ଧନୁଯାତ୍ରା ଦେଖିବା ପାଇଁ କାଇଁ କେତେ ଦୂରରୁ ଲୋକମାନେ ଆସିଥାନ୍ତି ତେଣୁ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।