ମଞ୍ଚରୁ ପଡି ହେଲା କଂସର ମୃତ୍ୟୁ , ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ମଞ୍ଚରୁ ପଡି ହେଲା କଂସର ମୃତ୍ୟୁ , ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ରାତିରେ କଂସର ମୃତ୍ୟୁ ସହ ଅନ୍ୟାୟ ଉପରେ ହୋଇଛି ନ୍ୟାୟର ବିଜୟ । କଂସ ଶାସନରୁ ମଥୁରାକୁ ମୁକ୍ତି ମିଳିବା ସହ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଯାଇଛନ୍ତି ।

ସେହିପରି ଆଜି ଧନୁ ଯାତ୍ରାର କଂସ ଶ୍ରୀକ୍ଷେତ୍ର ଆସିବା ପରମ୍ପରା ରହିଛି । ଏହା ପରେ ସେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଦ୍ଧନ ପୀଠରେ ପହଞ୍ଚିବେ । ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିବେ ।

Related Articles

Back to top button