ରାଜଧାନୀ ଭୁବନେଶ୍ୱରରୁ ବାରମ୍ବାର ଆପାର୍ଟମେଣ୍ଟରୁ ହେଉଛି ଚୋରି

ରାଜଧାନୀ ଭୁବନେଶ୍ୱରରୁ ବାରମ୍ବାର ଆପାର୍ଟମେଣ୍ଟରୁ ହେଉଛି ଚୋରି । ସୂଚନା ଅନୁସାରେ, ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ହୋଇଛି ଚୋରି । ଫ୍ଲାଟରେ ଥିବା ଟଙ୍କା ଓ ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ଘରେ କେହି ସଦସ୍ୟଙ୍କ ଅନୁପସ୍ଥିତିବେଳେ ଘେରି ପଶି ସମସ୍ତ ମୂଲ୍ୟବାନ ବସ୍ତୁ ସହିତ ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ । ସିସିଟିଭିରେ ସମସ୍ତ ଦୁର୍ବୃତ୍ତଙ୍କ ଦୃଶ୍ୟ ରେକର୍ଡ କରାଯାଇଛି । ଯେତେବେଳେ ଘର ଲୋକ ଘରକୁ ଫେରନ୍ତି ତ ଘରେ ଦୁର୍ବୃତ୍ତ ପଶି କରିଛନ୍ତି ଚୋରି । ପରେ ପରିବାର ଲୋକ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button