
ଚୀନରେ ବ୍ୟାପିଛି କୋଭିଡ ଭୂତାଣୁର ନୂତନ ଭାରିଆଣ୍ଟ : ଡରିବାର ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ବଢ଼ିବାରେ ଲାଗିଛି କୋରନା ରୋଗୀଙ୍କ ସଂଖ୍ୟା । କୋଭିଡ ଭୂତାଣୁର ନୂତନ ଭାରିଆଣ୍ଟ ଏବେ ଚୀନରେ ବ୍ୟାପିଛି । ତେବେ ଏ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୋଭିଡର ଏହା ନୂଆ ଭାରିଆଣ୍ଟ ନୁହେଁ । ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି । ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ଏସିଆ ମହାଦେଶରେ କୋଭିଡ୍ ସଂକ୍ରମଣଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି । ଗତ କିଛି ଦିନ ମଧ୍ୟରେ ସିଙ୍ଗାପୁରରେ ୧୪ ହଜାର ୨୦୦ରେ କୋଭିଡ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ମେ ୩ ତାରିଖ ସୁଦ୍ଧା ହଂକଂରେ କରୋନାରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି ।