ଏଥର ବିନା କଟକଣାରେ ହେବ ବିଘ୍ନ ବିନାଶନଙ୍କ ପୂଜା

ଭୁବନେଶ୍ୱର: ଆସନ୍ତା ବୁଧବାର ହେଉଛି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ପୂଜା ପାଇବେ ବିଘ୍ନ ବିନାଶନ । ଗତ ୨ ବର୍ଷ କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଏଥର ଲାଗୁ ହେବନି କୌଣସି କଟକଣା, ଭକ୍ତ ଓ ଭଗବାନ ମଧ୍ୟରେ ରହିବନି କୌଣସି ପରଦା। ଏଥର ଧୁମଧାମରେ କଟକଣାବିହୀନ ଗଣେଶ ପୂଜା ପାଳିବେ ରାଜଧାନୀବାସୀ। ଏନେଇ ବିଏମ୍‌ସି କମିଶନର ସୂଚନା ଦେବା ପରେ ରାଜଧାନୀବାସୀଙ୍କ ଖୁସି ବନ୍ଧବାଡ଼ ମାନୁନି। ୨ ବର୍ଷ ପରେ ଏପରି ସୁଯୋଗ ପାଖରେ ପାଇ ସେମାନଙ୍କ ଆନନ୍ଦ କହିଲେ ନ ସରେ।

Related Articles

Back to top button