
ଅବପାତ ପ୍ରଭାବରେ ୨୪ ଘଣ୍ଟା ଯାଏଁ ରାଜ୍ୟରେ ହେବ ପ୍ରବଳ ବର୍ଷା
ଆଗାମୀ ୪୮ ଘଣ୍ଟାରେ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ ଦେଇ ଗତି କରିବ ଅବପାତ । ଏହା ପ୍ରଭାବରେ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ ଜିଲାରେ ସର୍ବାଧିକ ବର୍ଷିପାରେ । ଆସନ୍ତାକାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।