
କୌଣସି ଚାଷୀଙ୍କ ଟୋକନ ସମସ୍ୟା ରହିବ ନାହଁ : ଯୋଗାଣ ମନ୍ତ୍ରୀ
ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ସମ୍ବଲପୁର ଗସ୍ତ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବା ସହିତ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ମେଳା ଆୟୋଜନ ନେଇ ଆଲୋଚନା ହୋଇଛି । ଆସନ୍ତା ୧୭ ତାରିଖରେ ଏ ନେଇ ବୈଠକ ଶେଷ ହୋଇଛି । ତେବେ ଧାନ କିଣାକୁ ନେଇ ଉପୁଜିଥିବା ସମସ୍ୟାକୁ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଟାର୍ଗେଟ ସମସ୍ୟାର ସମାଧାନ ହୋଇ ସାରିଥିବାବେଳେ କୌଣସି ଚାଷୀଙ୍କ ଟୋକନ ସମସ୍ୟା ରହିବ ନାହଁ । ଯେତିକି ଟାର୍ଗେଟ୍ ଦରକାର ସେତିକି ଦିଆଯିବ । ଆଉ ଗୋଟିଏ ବି ଟୋକନ ଲାପ୍ସ ହେବ ନାହିଁ । ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି । ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।