ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦୁଇ ପାର୍ଶ୍ବରେ ହେବ ସେଡ୍ ବ୍ୟବସ୍ଥା

ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ହେବ ସେଡ୍ ବ୍ୟବସ୍ଥା। ବର୍ଷ ତମାମ ରହିବ ସ୍ଥାୟୀ ସେଡ୍ ବ୍ୟବସ୍ଥା । ସେଡ୍ ମଧ୍ୟରେ ପାନୀୟ ଜଳ, ଏସି ଓ ବସିବା ପାଇଁ ବ୍ୟବସ୍ଥା କରାଯିବ। ଇଞ୍ଜିନିୟରିଂ ସଂସ୍ଥା ଦ୍ବାରା ମାପ ଚୁପ କାର୍ଯ୍ୟ ସରିଛି। ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ହେବ ସେଡ୍ ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ।

ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ସ୍ଥାୟୀ ସେଡ ପାଇଁ ଉଛେଦ ହେଉଛି ଶ୍ରୀନହର ପାର୍ଶ୍ଵରେ ଥିବା ନରେନ୍ଦ୍ର ମହଲା । ରାଘବ ଦାସ ମଠ ଦ୍ୱାରା ପରିଚାଳିତ ହେଉଥିଲା ନରେନ୍ଦ୍ର ମହଲା । ଏନେଇ ଏକ ପ୍ଲାଟୁନ ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ ମୁତୟନ ହୋଇଥିବାବେଳେ ଉପସ୍ଥିତ ଅଛନ୍ତି ମାଜିଷ୍ଟ୍ରେଟ । ଦୁଇ ମହଲା ବିଶିଷ୍ଟ ନରେନ୍ଦ୍ର ମହଲାକୁ ଉଚ୍ଛେଦ କରାଯାଉଛି।

Related Articles

Back to top button