ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି, ସ୍ୱର୍ଣ୍ଣ ପଦକ ମଧ୍ୟ ଛାଡିଲେନି ଚୋର

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀ ଭୁବନେଶ୍ୱରରେ ରହୁଥିବା ସରକାରୀ ବାସଭବନରେ ଚୋରି ହୋଇଛି । ପ୍ରବୋଧ ଏବଂ ତାଙ୍କ ପରିବାର ଘରେ ନ ଥିବା ବେଳେ ଚୋର ଘରେ ପଶି ଏହି କାଣ୍ଡ ରଚିଛନ୍ତି। ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ ରାଉରକେଲାରେ ଅଛନ୍ତି । ପ୍ରବୋଧଙ୍କ ଘରୁ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ସମେତ କେତେକ ସ୍ୱର୍ଣ୍ଣ ପଦକକୁ ବି ଲୁଟି ନେଇଛନ୍ତି । ଚୋରି ସମ୍ପର୍କରେ ପ୍ରବୋଧଙ୍କ କେୟାରଟେକର ଜଣାଇବା ପରେ ସେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ଚୋରଙ୍କ ଖୋଜ ଖବର କିଛି ମିଳି ନାହିଁ । ସୂଚନାଯୋଗ୍ୟ, ପ୍ରବୋଧ ସୁନ୍ଦରଗଡରେ ୬ ଅକ୍ଟୋବର ୧୯୮୪ରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ସିନିୟର ଟିମ ସମେତ ସେ ଜୁନିୟର ଓ ଭାରତ ଏ ଟିମର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ୨୦୦୭ ଏସିଆ କପ ବିଜେତା ଟିମର ସେ ସଦସ୍ୟ ଥିଲେ ।

Related Articles

Back to top button