ଏଥର ଘରେ ପିଡିଏସ୍‌ ଚାଉଳ ପହଞ୍ଚାଇବେ ସରକାର

ଏଣିକି ଘରେ ପହଞ୍ଚିବ ପିଡିଏସ୍‌ ଚାଉଳ । ବୟସାଧିକ୍ୟ ଲୋକଙ୍କୁ ପିଡିଏସ୍‌ ସାମଗ୍ରୀକୁ ଘରେ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ଜଣାଇବା ସହ ଯେଉଁମାନେ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସି ପାରୁ ନାହାଁନ୍ତି, ସେମାନଙ୍କ ଘରକୁ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ବାପା ପୁଅ ଅଲଗା ରହୁଥିଲେ ସେମାନଙ୍କୁ ମଧ୍ୟ ମିଳିବ ରାସନକାର୍ଡ । ଏନେଇ ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସପ୍ତମ ଦିନରେ ସ୍ୱଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ।ଯେଉଁମାନେ ଚାଉଳ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରୁ ନାହାଁନ୍ତି, ବୟସାଧିକ୍ୟ କାରଣରୁ ଟିପ ଚିହ୍ନ ଦେଇ ପାରୁନାହାଁନ୍ତି, ସେମାନଙ୍କ ପାଇଁ ଆସିବ ସ୍ୱତନ୍ତ୍ର ଆପ୍‌ । ସେମାନଙ୍କ ପାଖକୁ ଯାଇ ବାୟୋମେଟ୍ରିକ୍ସ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Related Articles

Back to top button