
ଏଥର ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ। ପହଣ୍ଡି ଟିକେଟ୍ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବାରଣ। ସମୟ କମ୍ ଥିବାରୁ ଭିଡ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା ଯାତ୍ରା ଏକାଠି ପଡୁଛି। ଜୁଲାଇ ୭ରେ ସବୁ ଏକାଠି ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ନିଆଯାଇଛି।