କନ୍ଧମାଳ ଜିଲ୍ଲାରେ ପହଲୀ ଶୀତ
ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପହଲୀ ଶୀତ ଅନୁଭୂତ ହେବା ସହ ଓ ଜିଲ୍ଲାର ଚତୁଃ ପାର୍ଶ୍ଵରେ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଥିଲା । କିନ୍ତୁ ଦୀର୍ଘ କିଛି ଦିନ ଧରି ପାଗରେ ପରିବର୍ତନ ଦେଖାଯାଇଥିବା ଓ ମେଘୁଆ ପାଗ ହେତୁ ଶୀତ କନ୍ଧମାଳ ଜିଲ୍ଲାରୁ କୁଆଡେ ଉଭେଇ ଯାଇଥିଲା । କିନ୍ତୁ କିଛି ଦିନର ଅନ୍ତରରେ ଆଜି ସକାଳୁ ସକାଳୁ ପୁଣି ପଡିଲା ଶୀତ। ଫୁଲବାଣୀରେ ଘନ କୁହୁଡି ଓ ହାଲକା ଶୀତ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ।
ତେବେ ଗତକାଲି ଉଭୟ ଦାରିଙ୍ଗବାଡି ଓ ଫୁଲବାଣୀ ର ତାପମାମାତ୍ରା ୧୭.୦୫ ଡିଗ୍ରୀ ଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପାଣିପାଗ ବିଭାଗ। କିଭଳି ଶୀତକୁ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ ।
ସେହିପରି ଏପଟେ ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ ବଢିଛି ଶୀତ । ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଥିଲା ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଉପର ବାରାକାମୁଡା ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତର ଲହରୀ ଖେଳି ଯାଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ନିଆଁ ଜାଳି ବସି ରହୁଛନ୍ତି । ଦିନକୁ ଦିନ ଶୀତ ବଢୁଥିବାରୁ ଶୀତ ଵସ୍ତ୍ର ଦୋକାନ ରେ ଲାଗିଲାଣି ଭିଡ଼ ।
ତେବେ ଦିନକ ପରେ ଆହୁରୀ ବଢିବ ଶୀତ। ରାଜ୍ୟରେ ଖସିବ ପାରଦ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ଶୀତ ବଢ଼ିବ। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମ ରହିଥିଲ।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିଲା। ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା। କିଛି ସ୍ଥାନରେ ସକାଳେ ଏଭଳି ଘନ କୁହୁଡ଼ି ଦେଖିବାକୁ ମିଳୁଛି।