ଚଳିତ ବର୍ଷ ହବିଷ୍ୟାଳୀ ମାନଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ , ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ, ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି । ସରକାରଙ୍କ ଉପରେ ବର୍ଡ଼ନ ନ କରି ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ହେବ ।ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ । ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ଅପେକ୍ଷା କରି ରହିଥାନ୍ତି ମହାପ୍ରସାଦ ଲାଗି, ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବ ,ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରୁଛୁ । ମାର୍ଗଶିର ମାସରୁ ହେବ ଶୃଙ୍ଖଳିତ ଦର୍ଶନ ।

ଏହାର ଡିଜାଇନ ଆରମ୍ଭ ହୋଇଛି , ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ । ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ ।ଏଥିସହ ହବିଷ୍ୟାଳିଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି , ହବିଷ୍ୟାଳି ମା ମାନଙ୍କ କୌଣସି ଅସୁବିଧା ହେବ ନାହିଁ ସେ ନେଇ ବ୍ୟବସ୍ତା କରାଯାଇଛି , ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ ।

Related Articles

Back to top button