ଚନ୍ଦନ ଯାତ୍ରା ପାଇଁ ନିୟମ କଡ଼ାକଡ଼ି : ଏଥର ବାଣ ଫୁଟାଇବା ଉପରେ କଟକଣା

ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଚନ୍ଦନ ଯାତ୍ରାରେ ବାଣ ଫୁଟାଯାଇ ପାରିବ ନାହିଁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପୁଣି ମଧ୍ୟ ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍‌ସୁରାନ୍ସ ବ୍ୟବସ୍ଥା ରହିବ । ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ ରହିଛି । ସେହି ଅନୁସାରେ କାର୍ଯ୍ୟ କରାଯିବ । ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍‌ ସେଣ୍ଟର ହେବ । ଭିତର ରତ୍ନଭଣ୍ଡାର କାମ ସରିଛି, ବାହାର ରତ୍ନଭଣ୍ଡାର କାମ ଜାରି ରହିଛି ବୋଲି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ଗତବର୍ଷ ପୁରୀ ଚନ୍ଦନ ଯାତ୍ରା ସମୟରେ ହୋଇଥିବା ବଡ଼ ବାଣ ବିସ୍ପୋରଣ ପାଇଁ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ବାଣ ଫୁଟା ଉପରେ ରୋକ ଲଗାଗଲେ ବାଣ ବିସ୍ପୋରଣ ମଧ୍ୟ ହେବନାହିଁ ।

Related Articles

Back to top button