
ଚମ୍ପୁଆ ଅଞ୍ଚଳରେ ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଏକ ଟ୍ରକ, ମଟର ସାଇକେଲ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ବାପା ମାଆ ଏବଂ ପୁଅ, ସାନନଇ ରୁ ଦୋଳିତା ଆସୁଥିବା ବେଳେ ଏହି ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା ।ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର ହୋଇଯାଇଛି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୋଳିତାରେ ଥିବା ଶାଶୁଘରକୁ ଝିଅ ଜୋଇଁ ଏବଂ ନାତି ବୁଲିବା ପାଇଁ ଏକ ବାଇକ୍ରେ ଆସିଥିଲେ ।ଦୋଳିତା ଛକ ଘର ପାଖା ପାଖି ପହଁଞ୍ଚିବା ବେଳକୁ ଏହି ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଐବନ ପ୍ରଧାନ, ତାଙ୍କ ସ୍ତ୍ରୀ ଏବଂ ପୁଅର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।