ଶରଧାବାଲିରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଲାଗିଲା ତିନି ରଥ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି। ଲକ୍ଷାଧିକ ଭକ୍ତ ତିନି ରଥକୁ ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇଛନ୍ତି। ଏହି ଅବସରରେ ବଡ଼ଦାଣ୍ଡ ଭକ୍ତମୟ, ଭାବମୟ ହୋଇଛି। ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହେଉଛି।

ପ୍ରକାଶ ଯେ, କରୋନା କଟକଣା ନ ଥିରୁ ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି। ଏଥିଲାଗି ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related Articles

Back to top button