୫୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର: ଲାଞ୍ଚ ମାମଲାରେ ଆଜି ରାଜ୍ୟର ଜଣେ ସରକାରୀ ଅଧିକାରୀଙ୍କୁ ଜେଲ ଶୁଣାଣି କରାଯାଇଛି । ରାଜ୍ୟର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ବିଡିଓ ଭାବେ କାର୍ଯ୍ୟରତ ଜଣେ ସରକାରୀ ବାବୁ ଜେଲ ଯାଇଛନ୍ତି । ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ବେହେରାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି । ପୂର୍ବରୁ କୈଳାସ ରାଉରକେଲାର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୯ ମସିହାରେ କୈଳାସ ଏକ ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ । ଏକ ମାମଲାରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ ନ କରିବାକୁ କୈଳାସ ଏହି ଲାଞ୍ଚ ନେଇଥିବା ଜଣାପଡ଼ିଥିଲା ।

ତେବେ ଏହି ମାମଲା ପୂର୍ବରୁ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆଜି ଆସିଛି ଫାଇନାଲ ଶୁଣାଣି । ବିଡିଓ କୈଳାସଙ୍କୁ ୩ ବର୍ଷର ଜେଲଦଣ୍ଡ ସହ ୫ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଏହି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ତେବେ ବିଡିଓ ପଦରେ କାର୍ଯ୍ୟରତ ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜେଲଦଣ୍ଡାଦେଶ ଶୁଣାଣି ହେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Back to top button