ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସମସ୍ତ ଧନ ରତ୍ନ ହୋଇଛି ସ୍ଥାନାନ୍ତର

ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ହୋଇଛି ସ୍ଥାନାନ୍ତର। ଆଜି ସକାଳ ପ୍ରାୟ ସାଢ଼େ ଆଠଟାରେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ। ସାଙ୍ଗରେ ଥିଲେ ସ୍ନେକ୍ ହେଲପ ଲାଇନ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ସକାଳ 9.51ରୁ ଆରମ୍ଭ ହେଲା ଭିତର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା। ଯାହା ସଂଧ୍ୟା 5.15 ଯାଏଁ ଚାଲିଲା। ପ୍ରାୟ ସାଢ଼େ ସାତ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ଭିତର ରତ୍ନ ଭଣ୍ଡାରରେ ଥିବା ସବୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଏ ନେଇ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସ୍ପଷ୍ଟ ସୂଚନା ଦେଇଛନ୍ତି।ଭିତର ରତ୍ନ ଭଣ୍ଡାରରେ 3ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ୍ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଗୋଟିଏ ଲୁହା ସିନ୍ଦୁକରେ ଅଳଙ୍କାର ରହିଥିଲା। ସବୁକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ସିନ୍ଦୁକ ଗୁଡ଼ିକରେ ଥିବା ଅଳଙ୍କାର ଅଣାଯାଇ ଅସ୍ଥାୟୀ ରତ୍ନଭଣ୍ଡାରରେ ଆଲମିରାରେ ରଖାଯାଇଛି। ସେସବୁରେ ଚାବି ପକାଯାଇ ତାକୁ ଟ୍ରେଜେରୀରେ ରଖିବାକୁ ଜିଲ୍ଲାପାଳଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦ ବଳରେ ସବୁ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଛି। କେବଳ ଇଲେକ୍ଟ୍ରି ଲାଇଟ୍ ଓ ଗ୍ୟାସ୍ କଟର ଟିମ୍ ଛଡ଼ା ଓଡ୍ରାଫ୍, ଅଗ୍ନିଶମ କିମ୍ବା ସ୍ନେକ୍ ହେଲପଲାଇନ୍ କାହାରି ଆବଶ୍ୟକତା ପଡ଼ିନାହିଁ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ।

Related Articles

Back to top button