ଆଜି ଦିନ ସାଢ଼େ ୨ରେ ରାଜ୍ୟରେ ତାପମାତ୍ରା ୪୬ ଡିଗ୍ରୀ ଟପିଛି

ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ମଧ୍ୟ ଦିନ ସାଢ଼େ ୨ରେ ତାପମାତ୍ରା ୪୬ ଟପିଛି । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ସେହିପରି ସମ୍ବଲପୁରରେ ତାପମାତ୍ରା ୪୫.୬ ଡିଗ୍ରୀ,ହୀରାକୁଦ ୪୪.୫, ରାଉରକେଲା ୪୩.୮ ଡିଗ୍ରୀ,କେନ୍ଦୁଝର ୪୧.୪, ବାଲେଶ୍ବର ୩୬.୬, ଭୁବନେଶ୍ବର ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Related Articles

Back to top button