
ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ଗଡିଲା ତିନି ରଥ
ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ଗଡିଲା ତିନି ରଥ । ସବାଶେଷରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରାଙ୍କ ରଥ, ସବାେଶେଷରେ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଭକ୍ତ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣିନେଉଛନ୍ତି ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ, ଘଣ୍ଟା, ଶଙ୍ଖ ନାଦରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର ।