ଆଜି ମା ଗଜଲକ୍ଷ୍ମୀଙ୍କ ପୂଜା

ଆଜି ଧରାପୃଷ୍ଠକୁ ଅବତରଣ କରିବେ ମା ଲକ୍ଷ୍ମୀ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ଚୁଡ଼ାନ୍ତରେ ପହଞ୍ଚିଛି । ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ମେଲାଣି ପରଠାରୁ ଆରମ୍ଭ ହୋଇଯାଏ ମା ଙ୍କ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ।ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଓ କେନ୍ଦ୍ରାପଡା ସହର । ମାଙ୍କ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏପଟେ ରାଜ୍ୟର କୋଣ ଅନୁକୋଣରେ ମା’ଙ୍କର ପୂଜାକୁ ଅତି ଧୁମଧାମରେ ପାଳନ କରାଯାଏ । ସୂଚନା ଅନୁସାରେ ,ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ମଣ୍ଡପରେ ମା’ଙ୍କ ମୂର୍ତ୍ତି ସୁସଜ୍ଜିତ ହୋଇରହିଛି । ସମସ୍ତ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଢେଙ୍କାନାଳର ୩୮ ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁନାର ଆସ୍ତରଣ ଏବଂ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଆଲୁଅ ସଜ୍ଜା ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୧ ଦିନ ଧରି ଚାଲିବ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା । ଏଥର ପୂର୍ଣ୍ଣିମା ତିଥିରେ ଗ୍ରହଣ ଲାଗୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ସମସ୍ତ ପୂଜା ମଣ୍ଡପରେ ସକାଳୁ ସକଳୁ ପୂଜା ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏପଟେ ଗଜଲକ୍ଷ୍ମୀ ପୂଜା ପାଇଁ ସରଗରମ ହୋଇ ଉଠୁଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା । ଏଥର କେନ୍ଦ୍ରାପଡ଼ା ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ଚମକିବ ଚାନ୍ଦିମେଢ଼ । ଏଠାରେ ଶାନ୍ତି ଶୃଙ୍ଖଳା କୁଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Related Articles

Back to top button