ଆଜି ହେଉଛି ପବିତ୍ର ଗୁରୁ ଦିବସ

ଆଜି ହେଉଛି ପବିତ୍ର ଗୁରୁ ଦିବସ। ସାରା ଦେଶ ସେପ୍ଟମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରୁଛି। ପ୍ରତ୍ୟକ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଖୁବ୍ ଉତ୍ସୁକତାର ସହ ଛାତ୍ରଛାତ୍ରୀ ମାନେ ପାଳନ କରୁଛନ୍ତି । ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ। ଆଜିର ଦିନ ଅର୍ଥାତ୍‌ ‘ଗୁରୁ ଦିବସ’ ସେହି ପ୍ରାତଃସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ ଉଦ୍ଦିଷ୍ଟ।

ମହାନ୍‌ ଦାର୍ଶନିକ, ଶିକ୍ଷାବିତ୍‌ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର୍‌ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍‌ ରାଧାକ୍ରିଷ୍ଣନ୍‌ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ।

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ।ସେହିଦିନଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ସାରାଦେଶରେ ପାଳନ ହୋଇଆସୁଛି।

Related Articles

Back to top button