ଆଜି ପହିଲି ରଜ: ଓଡ଼ିଶାର ଘରେ ମହକୁଛି ପୋଡପିଠା

ଆଜି ଗଣପର୍ବ ରଜ ।  ପ୍ରଥମ ବର୍ଷାର ପହିଲି ପରସ ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ଭୁରୁଭୁରୁ ଗନ୍ଧରେ ମହକି ଉଠେ ଧରାପୃଷ୍ଠ ।ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ଧରିତ୍ରୀରାଣୀ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା । ଏହି ଅବସରରେ ପୁରପଲ୍ଲୀରେ ଝିଅମାନେ ନୂଆ ପୋଷାକ ପିନ୍ଧି ପୋଡପିଠା ଖାଇ, ରଜ ପାନର ମଜା ନେଇ ଗାଁ ଗାଁ ବୁଲିଥାନ୍ତି ।

ରଜ ଏକ ପାରମ୍ପରିକ ପର୍ବ । ଏହା ଓଡ଼ିଶାରେ ଚାରି ଦିନ ଧରି ପାଳନ କରାଯିବ । ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ଏବଂ ଅନ୍ତିମ ଦିନ ବସୁବତୀ ସ୍ନାନ ଭାବେ ପାଲନ କରାଯାଇଥାଏ । ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ ।କିଏ ନୂଆ ଡ୍ରେସ୍, ତ ଆଉ କିଏ ମନପସନ୍ଦ ର ଶାଢ଼ୀ, ସର୍ଟ ପ୍ୟାଣ୍ଟ କିଣି ରଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରଜରେ ଝିଅମାନେ ରଙ୍ଗ ବେରଙ୍ଗ ନୂଆବସ୍ତ୍ରରେ ପିନ୍ଧି, ଅଳଙ୍କାର ପିନ୍ଧି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି । ଖାସ କରି ରଜ ଦୋଳି ଝୁଲି ମନୋରଞ୍ଜନ କରିଥାନ୍ତି ସମସ୍ତେ । ସେହିପରି ଗାଁ ଗାଁରେ ବୟସ୍କମାନେ ତାସ୍‌, କ୍ୟାରମ୍‌, ବାଗୁଡ଼ି’ଆଦି ଖେଳ ଖେଳିଯାଏ ।

Related Articles

Back to top button