ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା

୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଭିନ୍ନ ମହଲରୁ ନବୀନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ନରେନ୍ଦ୍ର ମୋଦି। ଜନ୍ମଦିନର ଶୁଭେଚ୍ଛା ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

କିନ୍ତୁ ଏଥର ଜନ୍ମଦିନ ପାଳିବେନି ବୋଲି କହିଥିଲେ ନବୀନ। ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ଏଥର ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଛୁମାନଙ୍କୁ ଅନୁରୋଧ କରିଥିଲେ । ତେବେ ନବୀନଙ୍କ ଜନ୍ମଦିନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ ଦୀପଦାନର ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ପାଇଁ ମନ୍ଦିରରେ ପ୍ରାର୍ଥନା କରାଯାଉଛି। ପୁରୀ ବିଜେଡି ପକ୍ଷରୁ ସିଂହଦ୍ବାର ସମ୍ମୁଖରେ ସମୂହ ଦୀପଦାନ କରାଯାଇଛି l ଏହାପରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଅନୁକୂଲ୍ୟରେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ଲିଙ୍ଗାରଜ ମନ୍ଦିରରେ ପୂଜାର୍ଚ୍ଚନା। ଏକାମ୍ର ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଏକାଠି ହୋଇ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଶୁଭ ମନାସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲପତ୍ର, ପଦ୍ମଫୁଲ ଓ ୧୦୮ ଜଳାଭିଷେକ କରାଯାଇଛି।

୧୯୯୭ରେ ରାଜନୀତିରେ ପାଦ ଦେବା ପରଠାରୁ ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି ନବୀନ। ୫ ଥର ବିଜେଡି ସରକାର ଗଢିଥିବାବେଳେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ

Related Articles

Back to top button